ରସୁଲଗଡ ଓଭର ବ୍ରିଜ ଉପରେ ଯୁବକଙ୍କୁ ହତ୍ୟା, ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର : ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ବାଣୀବିହାର ଓ ରସୁଲଗଡ ଓଭର ବ୍ରିଜ ଉପରେ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ଯୁବକ ବାଇକରେ ଆସି ହତ୍ୟା କରିଥିବା ଜଣାପଡିଛି । ଯୁବକଙ୍କୁ ମାରିଦେବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ କେଦାରପଲ୍ଲୀ ବସ୍ତି ଅଞ୍ଚଳର ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଥିଲେ ।

ଅନ୍ୟପଟେ  ସାମନାକୁ ଆସିଛି ହତ୍ୟା ପରର ଭିଡିଓ ।  ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ବାଇକରେ ଦୁଇ ଜଣ ଯାଉଥିବା ଦୃଶ୍ୟ ଭାଇରାଲ ହୋଇଛି । ଜଣେ ଯୁବକ ହେଲମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଜଣେ ଜାକେଟରେ ମୁହଁ ଲୁଚାଇଥିବା ଜଣାପଡୁଛି । ସାଥିରେ ରହିଛି ଗୋଟିଏ ବ୍ୟାଗ୍ ରହିଛି ।  ଏଥିରେ ଖଣ୍ଡା ଓ ମାରଣାସ୍ତ୍ର ନେଇଥିବା ଜଣା ପଡ଼ିଛି ।  ତେବେ କିଏ ଓ କାହିଁକି ସହଦେବଙ୍କୁ ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି ।  ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି।

ସହଦେବ ନାୟକ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ ଓ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଉଭୟ ପୋଲିସ ମିତ୍ର ଏବଂ ସଫେଇ କର୍ମଚାରୀଙ୍କ ସଭାପତି ଦାୟିତ୍ୱରେ ଥିବା କାରଣରୁ ସହଦେବଙ୍କ ବହୁ ଶତ୍ରୁ ଥାଇପାରନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହାଛଡ଼ା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମଧ୍ୟ କୁହାଯାଉଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବ ବୋଲି କହିଛି ।