୪ ଶିଶୁଙ୍କୁ ଅପହରଣ ବେଳେ ଧରାପଡିଲେ ଯୁବକ, ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ମୟୂରଭଞ୍ଜ: ପିଲା ଚୋରକୁ ନିର୍ଦ୍ଧୁମ ମାଡ଼ । ୪ ଶିଶୁଙ୍କୁ ଅପହରଣ ବେଳେ ଧରାପଡିଲେ ଯୁବକ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିଳଦା ଗାଁରେ ୪ ଶିଶୁଙ୍କୁ ଚକୋଲେଟ ଲୋଭ ଦେଖାଇ ନେଇଯାଉଥିଲେ ଯୁବକ। ବାଇକରେ ଗଲା ବେଳେ ଗ୍ରାମବାସୀ କାବୁ କରିଥିଲେ । ପରେ ଗାଁକୁ ଆଣି ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ଅଭିଯୁକ୍ତ ଜଣକ ବଡସାହି ଥାନା ଦଲକି ଗାଁର ଉପେନ୍ଦ୍ର ପାତ୍ର । ସେ ତିଳଦା ଗାଁରେ ମଜୁରିଆ ଭାବେ କାମ କରୁଥିଲେ । ନିଜର ଜନ୍ମଦିନ ଥିିବା କହି ୪ଜଣ ଶିଶୁଙ୍କୁ ବାଇକରେ ନେଇଯାଉଥିଲେ । ପରେ ଜଣେ ଦୋକାନୀ ଗାଁଲୋକଙ୍କୁ ଖବର ଦେଇଥିଲା । ଗ୍ରାମବାସୀ ପହଂଚି ଯୁଗୁପୁରାଠାରୁ ଶିଶୁଙ୍କୁ ଉଦ୍ଧାର କରିଥିଲେ ।  ସେଠାରେ ମାଡ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।  ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।