ଯୁବ କଂଗ୍ରେସର ଶକ୍ତି ପ୍ରଦର୍ଶନ: ବେକାରୀ ଓ ଚାଷୀ ସମସ୍ୟା ନେଇ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନେତା

yuva congress

ଭୁବନେଶ୍ୱର : ଭାରତ ବଞ୍ଚାଅ, ଓଡ଼ିଶା ବଞ୍ଚାଅ । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସର ଅଭିଯାନ । ବେକାରୀ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବେକାର ଯୁବକଙ୍କୁ ନିଯୁକ୍ତି, ନଚେତ ଭତ୍ତା ପ୍ରଦାନ ପାଇଁ ଦାବି କରିଛି ଦଳ । ଉଭୟ ସରକାର ଯୁବକ ଯୁବତୀ ଓ ଚାଷୀଙ୍କୁ ପ୍ରତାରିତ କରିଛନ୍ତି ବୋଲି କହି ଏହା ବିରୋଧରେ ବିଧିବଦ୍ଧ ଲଢ଼େଇ ପାଇଁ ବିଗୁଲ ବାଜିଲା ବୋଲି କଂଗ୍ରେସ ନେତା କହିଛନ୍ତି ।

ସମାବେଶ ପରେ ଯୁବ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରାରେ ଯିବାବେଳେ ରାଜମହଲ ଛକରେ ପୋଲିସ ଅଟକାଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଯୁବ କଂଗ୍ରେସ କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କିଛି ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା ।

ଭାରତ ବଞ୍ଚାଅ, ଓଡ଼ିଶା ବଞ୍ଚାଅ ଅଭିଯାନ ନାଁରେ ରାଜ୍ୟ ଯୁବ କଂଗ୍ରେସ ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.