ଭୁବନେଶ୍ୱର ରାଜମହଲ ଛକରେ ବିକ୍ଷୋଭ : ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଭୁବନେଶ୍ୱର : ରାଜମହଲ ଛକରେ ଛାତ୍ର କଂଗ୍ରେସର ବିକ୍ଷୋଭ । ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଅଟକ ବେଳେ ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀ ପୋଲିସ ଗାଡି ଭାଙ୍ଗିଦେଇଛନ୍ତି । DMLT ଓ DMRT ଛାତ୍ରଙ୍କୁ ନିଯୁକ୍ତି ସହ ୫ ଦଫା ଦାବି ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।