ବ୍ୟାଙ୍କରେ ଖଣ୍ଡାଧରି ଆତଙ୍କ ସୃଷ୍ଟି କଲେ ଯୁବକ, ବ୍ୟାଙ୍କରେ ଥିବା ଲୋକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଲେ

କାମାକ୍ଷାନଗର : କାମାକ୍ଷାନଗର ଥାନା ମୁକ୍ତାପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଯୁବକଙ୍କ ଆତଙ୍କ ରାଜ  l  ହାତରେ ଖଣ୍ଡା ଧରି ଯୁବକଙ୍କ ଉନ୍ମୁତକାଣ୍ଡ  l ଅଟକାଇବାକୁ ଯାଇ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଆହତ  l ସୂଚନା ଅନୁସାରେ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମୁକ୍ତାପଶି ଶାଖାରେ ସବୁଦିନ ପରି ଆଜି ବ୍ୟାଙ୍କ କାମ ଜାରି ରହିଥିବା ବେଳେ ଜଣେ ଯୁବକ ହଠାତ ହାତରେ ଖଣ୍ଡା ଧରି ବ୍ୟାଙ୍କ ସାମ୍ନାରେ ଆତଙ୍କ ସୃଷ୍ଟି କରିଥିଲେ  l

ବହୁ ସମୟ ଧରି ଯୁବକ ଜଣକ ହାତରେ ଖଣ୍ଡା ଧରି ବ୍ୟାଙ୍କରେ ଉପସ୍ଥିତ ଥିବା ଲୋକ ଓ କର୍ମଚାରୀଙ୍କୁ ଭୟଭୀତ କରାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ  l  ଏହା ଦେଖି ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଯୁବକ ଜଣକୁ ଅଟକାଇବା ପାଇଁ ଯାଇ ଖଣ୍ଡା ଚୋଟର ଶିକାର ହୋଇଛନ୍ତି  l ସିକ୍ୟୁରିଟି ଗାର୍ଡଙ୍କ ହାତରେ ଖଣ୍ଡା ଚୋଟ ବାଜିଥିବା ବେଳେ ସେ ଆହତ ହୋଇଛନ୍ତି  l

ତେବେ ଯୁବକ ଜଣକ କଣ ପାଇଁ ଏଭଳି କାଣ୍ଡ କରିଛନ୍ତି ତାହା ଜଣାପଡିନଥିବା ବେଳେ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ଅନୁମାନ କରାଯାଉଛି  l  ଯୁବକଙ୍କ ଏହି ଉନ୍ମୁକ୍ତ କାଣ୍ଡ ଫଳରେ ବ୍ୟାଙ୍କରେ ଥିବା ଶତାଧିକ ଲୋକେ ଭୟଭୀତ ହୋଇପଡ଼ିଥିବା ଦେଖାଦେଇଛି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like