ସତ୍ୟନଗର ଓଭରବ୍ରିଜ୍ ତଳୁ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରତିଦିନ କିଛି ନା କିଛି ଅଘଟଣ ଲାଗି ରହିଛି ରାଜଧାନୀ ଭୁବନେଶ୍ୱରରେ । ଏଇମାତ୍ର ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସତ୍ୟ ନଗର ଓଭର ବ୍ରିଜ ତଳୁ ରେଳ ଧାରଣା ନିକଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଶୁଣିବାକୁ ମିଳୁଛି କି ଯୁବକ ଜଣକ ଓଭରବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ।
ତାଙ୍କ ବୟସ ୨୫ ରୁ ୨୬ ବର୍ଷ ମଧ୍ୟରେ ହେବ। ଯୁବକର ପିଠିରେ କିଛି ଅଂଶ ପୋଡ଼ି ଯାଇଥିବା ଦେଖା ଯାଇଛ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରେଳବାଇ ପୋଲିସ ଘଟଣା ସ୍ଥଳରେ ମଧ୍ୟ ପହଞ୍ଚିଛି । ପୋଲିସ୍ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।