ପୁଣି ଯାଜପୁର ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ଉପରେ। ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ବାଉଁଶପୁଟ ଗ୍ରାମର ଦିପୁ ଦେଉରୀ (୩୯)। ଆଜି ଅପରାହ୍ନ ସମୟରେ ଯୁବକ ଜଣକ ଓଭର ବ୍ରିଜ ଦେଇ ରାସ୍ତା ପାରି ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲେ।

ଫଳରେ ଘଟଣାସ୍ଥଳରେ ଯୁବକଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି। ଏଥିସହ ମୃତଦେହକୁ ଵ୍ୟଵଛେଦ ପାଇଁ ବଡ଼ଚଣା ମେଡ଼ିକାଲ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.