କେନ୍ଦ୍ରାପଡା: ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର

ଆଳି: କେନ୍ଦ୍ରାପଡାରେ ପୁଣି ଦେଖାଦେଲା କୁମ୍ଭୀର ଆତଙ୍କ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାରିମକୁନ୍ଦ ପୁର ଗ୍ରାମ ଦେଇ ବହି ଯାଇଥିବା ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ଟାଣିଦେଲା କୁମ୍ଭୀର । ଗ୍ରାମବାସୀଙ୍କ ଅନୁଯାୟୀ, ଆଜି ସକାଳେ ଦୁଇ ଜଣ ସାଙ୍ଗ ଏକାଠି ନଦୀକୁ ଗାଧୋଈ ବାକୁ ଯାଇଥିଲେ । ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ନଦୀରେ ଥିବା କୁମ୍ଭୀର ଟାଣି ନେଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଏନେଇ ପରିବାର ପକ୍ଷରୁ ଅଭିଯୋଗ ଉଠିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.