ଛାତରୁ ପଡି ଯୁବକ ମୃତ, ପୋଲିସର ତଦନ୍ତ ଜାରି

ଅନୁଗୁଳ : ଛାତରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଗି ଗାଁରେ ଘଟିଯାଇଛି ଅଘଟଣ ।  ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଓଗି ଗାଁର ଧରଣୀ ନାୟକଙ୍କ ପୁଅ ରାଜା ହୁସେନ୍ ନାୟକ । ତାଙ୍କ ବୟସ ୨୭ ବର୍ଷ ।

ଖବର ମୁତାବିକ୍, ଓଗି ଗାଁର ଧରଣୀ ନାୟକଙ୍କ ପୁଅ ରାଜା ହୁସେନ୍ ନାୟକ ନାମକ ଯୁବକ ଛାତ ଉପରୁ ତଳକୁ ଖସି ପଡିଥିଲେ।  ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ପ୍ରଥମେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାଜାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଜରପଡ଼ା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରାଜାଙ୍କ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ କେମିତି ରାଜାଙ୍କର କେମିତି ମୃତ୍ୟୁ ହେଲା ? ଛାତ ଉପରୁ ରାଜା କେମିତି ଛାତ ତଳକୁ ପଡିଲେ ? ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।  ରାଜାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।

Also Read:ଚୋର ବଖାଣିଲା ଚୋରିର କାହାଣୀ, କହିଲା କେମିତି ମହାପ୍ରଭୁଙ୍କୁ ଦେଖି ଥରିଲା ତା ହାତଗୋଡ