ସ୍କୁଲ ନଯିବାକୁ ନେଇ ଗାଳି ଦେଲେ ବାପା, ରାଗରେ ଜୀବନ ହାରିଲା ପୁଅ

ଭୁବନେଶ୍ୱର : ବାପା ଗାଳି କରିବାରୁ ଜୀବନ ହାରିଲା ପୁଅ ।  ଖୋର୍ଦ୍ଧା ଧଉଳି ଥାନା କାଣ୍ଡି ସାହିରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ନଯିବାକୁ ନେଇ ବାପା ଗାଳି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ନାବାଳକ ଜଣକ ଏଭଳି ନିଷ୍ପତ୍ତି ନେଇଛି । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ପଞ୍ଚବଟୀ ଆଶ୍ରମ ନିକଟରୁ ନାବାଳକ ପୁଅର ମୃତଦେହ ଉଦ୍ଧାର କରାଯାଇଛି ।

ସେପଟେ ପୋଲିସକୁ ଏ ସମ୍ପର୍କରେ ନ ଜଣାଇ ପରିବାର ଲୋକେ ଶବ ସତ୍କାର କରିଥିବା ବେଳେ ପୋଲିସ ନିଜଆଡୁ ମାମଲା ଦାଏର କରି ଘଟଣାର ତଦନ୍ତ କରୁଛି । ମୃତ ନାବାଳକର ବାପା ଫେରାର୍ ଥିବାବେଳେ ପୋଲିସ ଖୋଜୁଛି ।

 

ଆହୁରି ପଢନ୍ତୁ : ରାଜଧାନୀ ଉପକଣ୍ଠରେ ମର୍ମନ୍ତୁଦ ଦୁର୍ଘଟଣା: ଖୁଣ୍ଟରେ ପିଟି ହେଲା କାର, ଜଣେ ମୃତ; ୪ ଗୁରୁତର

You might also like