ବିଦ୍ୟୁତ ଆଘାତରେ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତ ନଳପାହି ଗାଁରେ ବିଦ୍ୟୁତ୍ ଆଘାତରେ ୨୫ ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଉଛନ୍ତି ସେହି ଗାଁର ବିଦୁଲ ପରିଡା । ଘରେ କାମ ପାଇଁ ଲୁହା ରଡ଼ ଆଣୁଥିବା ସମୟରେ ଲୁହା ରଡ଼ଟି ଦୁର୍ଘଟଣା ବସତ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିବା ଫଳରେ ଯୁବକ ଜଣକ ବିଦ୍ୟୁତ୍ ଆଘାତ ପାଇ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ଘରଲୋକେ ତାକୁ ରାଜନଗର ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।