ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ମୋହନା: ମୋହନାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ । ଗଜପତି ଜିଲ୍ଲା ମୋହନା ଥାନା ଯୋଡ଼ିପଥର ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କୃଷ୍ଣଚନ୍ଦ୍ର ଦଳବେହେରାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି ।
ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ଖୁଣ୍ଟ ପୋତାଯିବା ସହ ବିଦ୍ୟୁତ ସଂଯୋଗ କରାଯାଇଥିଲା । ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା । ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଦଳବେହେରା ସାଇକେଲରେ ସେହି ରାସ୍ତା ଦେଇ ଯାଉଥିଲେ । ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କୃଷ୍ଣଙ୍କ ମୃତ୍ୟୁ ଘଟିଛି । ରାସ୍ତା ଅବରୋଧ ଯୋଗୁଁ ପାରଳାଖେମୁଣ୍ଡି – ମୋହନା ଏବଂ ପାରଳାଖେମୁଣ୍ଡି – ବ୍ରହ୍ମପୁର 326 ନଂ ଜାତୀୟ ରାଜପଥ ରେ ଯାନ ବାହନ ଚଳାଚଳ ବନ୍ଦ ରହିଛି । ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ : ପ୍ରେମ ପାଇଁ ପରିବାର ଲୋକଙ୍କୁ ନିଶା ଦେଇ ଫେରାର ଘଟଣା, ଗୁରୁତର ଅବସ୍ଥାରେ ଦୁଇ ଶିଶୁ କଟକ ସ୍ଥାନାନ୍ତର