ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ,ନ୍ୟାୟ ଦାବିରେ ରାଜରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

ଜୟପୁର (କେନ୍ୟୁଜ୍): ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ। ଜୟପୁର ବ୍ରାହ୍ମଣୀପୁଟରେ ବାଇକ ଧକ୍କାରେ ଗୁରୁତର ଆହତ ଯୁବକଙ୍କୁ କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ଜୟପୁର ସଦର ଥାନା ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।

ମୃତକ ଜଣକ ହେଲେ ବାୟାଗୁଡ଼ା ଗାଁର ଲକ୍ଷ୍ମଣ ଭୂମିଆ । ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଏଥିଯୋଗୁ ୨୬ ନମ୍ବର ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.