କେନ୍ଦୁଝର: ରେମାଳ ଡ୍ୟାମରେ ନୂଆବର୍ଷରେ ଅଘଟଣ,ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ସାଙ୍ଗ

ଆନନ୍ଦପୁର(କେନ୍ୟୁଜ୍):  ସାଙ୍ଗକୁ ବଞ୍ଚାଇବାକୁ ଯାଇ ଅନ୍ୟ ସାଙ୍ଗର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମରେ ଅଘଟଣ। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଅନ୍ୟ ସାଙ୍ଗ ଡ୍ୟାମରେ ବୁଡ଼ି ପ୍ରାଣ ହରାଇଛି। ମୃତକ ଘଷିପୁରା ଥାନା ଢିଙ୍କିଆ ଗାଁର ସୁବ୍ରତ ସାହୁ। ରେମାଳ ଡ୍ୟାମକୁ ସୁବ୍ରତ ନିଜର ୫ଜଣ ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିଲେ।

ଡ୍ୟାମର ତଳ ନଦୀରେ ଗାଧୋଉଥିବା ବେଳେ ଜଣଙ୍କର ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୁବ୍ରତ ପାଣିକୁ ଡେଇଁ ପଡ଼ିଥିଲେ। ସାଙ୍ଗଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ସୁବ୍ରତ କିନ୍ତୁ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।