ପୋଖରୀରେ ମାଛ ଧରିବା ହେଲା କାଳ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

 ଭଦ୍ରକ : ପୋଖରୀରେ ମାଛ ଧରିବା ହେଲା କାଳ ।  ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଏଭଳି ଏକ ଘଟଣା ଘଟିଛି  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟା ବନାପୁର ଗାଁରେ ।  ମୃତ ଯୁବକ ହେଉଛନ୍ତି ଦୁର୍ଯ୍ୟୋଧନ ଜେନା । ଗାଁ ପୋଖରୀରେ ମାଛ ଧରିବା ପାଇଁ ଇଲେକଟ୍ରିକ ମୋଟର ପମ୍ପରେ ପାଣି ନିଷ୍କାସନ କରାଯାଉଥିଲା ବେଳେ ପମ୍ପଟି ହଠାତ ଚାର୍ଜ ହୋଇ ଯାଇଥିଲା ।

ଦୁର୍ଯ୍ୟୋଧନ ସେଠାରେ ପହଂଚି ପୋଖରୀକୁ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନା କୁ ଆଣିଥିଲେ ।  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଭଣ୍ଡାରିପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also read: ଟ୍ରେନରୁ କୋଇଲା ଚୋରି ବେଳେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର, ମେଡିକାଲରେ ଭର୍ତ୍ତି