ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ, ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ । ପୁରୁଣା ଭୁବନେଶ୍ୱର ବଡୁ ସାହିର ଯୁବକ ଶଶାଙ୍କ ଶତପଥୀ ଅନଲାଇନ୍ ଗେମ୍ ଖେଳି ହାରିବା ପରେ ଜୀବନ ହାରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଲିଙ୍ଗରାଜ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି ।
ଏହି ଘଟଣାକୁ ନେଇ ଭୁବନେଶ୍ୱର DCP ପ୍ରତିକ୍ରିୟା ଦେଇଛନ୍ତି । DCP କହିଛନ୍ତି, ଆଜି ସକାଳୁ ଏଭଳି ଅଭିଯୋଗ ଆସିଛି । ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଛନ୍ତି ଯୁବକ । ଏହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ତଦନ୍ତ ଜାରି ରହିଛି । ଏହା ମଧ୍ୟ ଯୁବ ପିଢ଼ି ଓ ତାଙ୍କ ଅଭିଭାବକଙ୍କୁ କହିଛନ୍ତି ଯେ ଏଥିରୁ ବିରତ ରୁହନ୍ତୁ । ଏଥିରେ ଅର୍ଥ ନଷ୍ଟ ସହ ଜୀବନ ପ୍ରତି ବିପଦ ରହିଛି । ଅଧିକାଂଶ ଗେମ୍ ରେ ବିପଦ ରହିଛି । ପରିବାର ଲୋକେ ମଧ୍ୟ ପିଲାମାନେ କଣ କରୁଛନ୍ତି ତା ଉପରେ ଦୃଷ୍ଟି ଦେବା ଆବଶ୍ୟକ।