ପିକନିକ କରୁକରୁ ଘଟିଗଲା ଅଘଟଣ, ଶଙ୍ଖ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ
ରାଉରକେଲା(କେ ନ୍ୟୁଜ): ପିକନିକ କରୁଥିବା ବେଳେ ଘଟିଗଲା ଅଘଟଣ । ରାଉରକେଲା ଶଙ୍ଖ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ଯୁବକ। ଘଟଣାରେ ଜଣେ ମୃତ୍ୟୁବରଣ କରିଥିବବା ବେଳେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି।
ବ୍ରାହ୍ମଣୀ ତରଙ୍ଗ ଥାନା ଚିକଟମାଟି ନିକଟ ଶଙ୍ଖ ନଦୀରେ ବୁଡିଗଲେ ଯୁବକ। ପ୍ରାଥମିକ ତଦନ୍ତରୁ ଜଣାଯାଇଛିଯେ ରାଉରକେଲା ମଧୁସୂଦନ ପଲ୍ଲୀ ଅଞ୍ଚଳର ୧୫ ଜଣ ଯୁବକ ପିକନିକ କରିବା ପାଇଁ ଯାଇଥିଲେ।