ଉଧାର ଟଙ୍କା ନ ଦେଇପାରିବାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ
ଅସ୍ତରଙ୍ଗ: ମୁହଁରେ ପଡ଼ିଛି ଷ୍ଟିଜ୍ । ସ୍ତ୍ରୀ ପିଲାକୁ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଏହି ବ୍ୟକ୍ତି ଜଣକ । କଣ ଆପଣ ଜାଣିବାକୁ ଚାହିଁବେନି ଯେ ଏହି ବ୍ୟକ୍ତିଙ୍କ ଅବସ୍ଥା ଏପରି କାହିଁକି ହୋଇଛି। ଉଦ୍ଧାର ଟଙ୍କା ପାଇଁ ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ସେ ନ୍ୟାୟ ପାଇବା ଆଶାରେ ସ୍ତ୍ରୀ ଛୁଆକୁ ଧରି ପୋଲିସ ପାଖକୁ ଧାଇଁ ଆସିଛନ୍ତି । ଏଭଳି ଅଭାବନୀୟ ଘଟଣା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କୁସୁମ୍ବର ଅଞ୍ଚଳରେ ଦେଖିବାକୁ ମିଳିଛି ।
କୁସୁମ୍ବର ଗାଁର ଜଣେ ଯୁବକଙ୍କୁ ଉଧାର ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ଫାର୍ଷାରେ ଆକ୍ରମଣ ହୋଇଥିବା ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ କୁସୁମ୍ବର ଗାଁର ଦୁଷ୍ମନ୍ତ ଦାସ ସେହି ଗ୍ରାମର ବାନାମ୍ବର ଦାସଙ୍କ ଠାରୁ ତିନି ହଜାର ଟଙ୍କା ଉଧାର ଆଣିଥିଲେ ,ଟଙ୍କା ଫେରାଇବାରେ ବିଳମ୍ବ ଯୋଗୁଁ ଦୁଷ୍ମନ୍ତ ଦାସଙ୍କୁ ବାନାମ୍ବର ଦାସ ଏବଂ ତାଙ୍କର ଦୁଇ ସହଯୋଗୀ ସୁନୀଲ ଦାସ ଏବଂ ଯୋଗିଆ ଦାସ ମିଳିତ ଭାବରେ ମାରଣାସ୍ତ୍ର ଯୋଗେ ମରଣାତ୍ମକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଦୁଷ୍ମନ୍ତ ଦାସ । ମାରଣାସ୍ତ୍ର ରେ ଦୁଷ୍ମନ୍ତ ଙ୍କ ମୁହଁ ଛାତି ରେ ଗଭୀର କ୍ଷତ ଲାଗିଥିବା ବେଳେ ଆସ୍ତରଙ୍ଗ ମେଡିକାଲ ରେ ଚିକିତ୍ସିତ ହୋଇ ଅସ୍ତରଙ୍ଗ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଦୁଷ୍ମନ୍ତ ଏବଂ ତାଙ୍କ ପରିବାର ।