ଯାଜପୁର ଟାଉନ: ଉଦଘାଟିତ ହେଲା ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ହେଲା କାର୍ଯ୍ୟକ୍ରମ

ଯାଜପୁର ଟାଉନ(.କେନ୍ୟୁଜ୍):  ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଦିନିଆ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଉଦଘାଟିତ ହୋଇଛି । ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ନାରାୟନ ଚନ୍ଦ୍ର ଧଳ, କ୍ରିଡା ଅଧିକାରୀ ଫକିର ମୋହନ ଟୁଡୁ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଦକ୍ଷତା ର ବିକାଶ କଲେ ସଫଳତା ମିଳିଥାଏ ବୋଲି ସୂଚନା ଦେଇଥିଲେ । ଏଥିରେ ଜିଲାର ୧୦ଟି ବ୍ଲକର ୩୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଲୋକନୃତ୍ୟ, ଲୋକଗୀତ,ତବଲା ଆଦି ବିଭିନ୍ନ ବିଭାଗରେ ଭାଗ ନେଇଛନ୍ତି । ଏଥିରେ ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀ ମାନେ ଭଦ୍ରକରେ ଅନୁଷ୍ଠିତ ହେଉଥିବା ୨୫ତମ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ କରିବାକୁ ସୂଯୋଗ ପାଇବେ । ସଂଗୀତ ନର୍ଦ୍ଦେଶକ ଦିନେଶ ମଲିକ ଓ ସହକାରୀ ଜିଲାପାଳ ଉମେଶ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.