ଖଣ୍ଡଗିରି ପାହାଡ଼ ଉପରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିର ଘଟଣା। ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ଉପରୁ ଅଚେତ ଅବସ୍ଥାରେ ଜଣେ ଯୁକକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କୁ ପିସିଆର ପ୍ରଥମେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ପହଞ୍ଚାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପରୀକ୍ଷା ପରେ ତାଙ୍କୁ ଡାକ୍ତରମାନେ କଟକ ଏସ୍‌ସିବିକୁ ପଠାଇ ଦେଇଛନ୍ତି । ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଖଣ୍ଡଗିରି ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

PHYNEL-2

ତେବେ ଅଚେତ ଅବସ୍ଥାରେ ପଡ଼ିଥିବା ଯୁବକ ନିକଟରୁ ୫ଟି ଫିନାଇଲ ବୋତଲ ମିଳିଛି । ସବୁଗୁଡ଼ିକ ଖାଲି ପଡ଼ିଛି । ଅନୁମାନ କରାଯାଉଛି କି ଯୁବକ ଜଣକ କୌଣସି କାରଣରୁ ସେସବୁକୁ ପିଇ ଦେଇଛନ୍ତି । ଯୁବକ ଜଣକ ଦେହରେ ଏକ ଷ୍ଟ୍ରାଇପ୍‌ ବେନିୟନ ଏବଂ ବ୍ଲୁ ରଙ୍ଗର ଫୁଲପ୍ୟାଣ୍ଟ ରହିଛି ।

ଏ ଫଟୋ ଦେଖି ଯଦି କେହି ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନି ପାରିବେ ତେବେ ଖଣ୍ଡଗିରି ଥାନାକୁ ସୂଚନା ଦେବା ପାଇଁ ଅନୁରୋଧ କରୁଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.