ଅଶୋକ ଓଝା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର ଟାଉନ(କେନ୍ୟୁଜ୍‌): ୨୦୧୬ ମସିହା କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବିନ କାରାଦଣ୍ଡାଦେଶ ମିଳିଛି । ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଜି ଏହି ରାୟ ଶୁଣାଇଛନ୍ତି ।

ସୂଚନନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୬ ମସିହାରେ ଅଭିଯୁକ୍ତ ସଂଜୟ ପାଣି ଦିନ ଦ୍ଵି ପ୍ରହର ରେ ଅଶୋକ ଙ୍କୁ କାଠ ଫାଳିଆ ରେ ପିଟି ପିଟି ହତ୍ୟା କରିଥିଲା
ଏ ନେଇ କୁଆଖିଆ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ତଦନ୍ତ କରିଥିଲା।

ଅଭିଯୁକ୍ତ ସଂଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲା ର ଶୁଣାଣି କରି ମୋଟ 16 ଜଣଙ୍କ ସାକ୍ଷୀ ଙ୍କ ଠାରୁ ବୟାନ ରେକର୍ଡ କରିଥିଲେ। ମାନ୍ୟବର ଅଦାଲତ ଅଭିଯୁକ୍ତ ସଞ୍ଜୟ ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ 50 ହଜାର ଟଙ୍କା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.