ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଘଟଣା। ଆସାମୀ ଦିଗାମ୍ବର ପ୍ରଧାନ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୧୦ ବର୍ଷ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ।
କଟକ(କେନ୍ୟୁଜ) : ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଘଟଣା। ଆସାମୀ ଦିଗାମ୍ବର ପ୍ରଧାନ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୧୦ ବର୍ଷ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ।
ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ପିଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ। ୨୭ ଜଣ ସାକ୍ଷୀ ଓ ୧୭ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ। ୨୦୧୩ ମସିହା ମେ ୧୧ ତାରିଖରେ ଘଟିଥିଲା ଦୁଷ୍କର୍ମ। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।