ଛୁରାମାଡରେ ଯୁବକ ଗୁରୁତର, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ସୋର : ସୋର ସହରରେ ଆଜି ରାମନବମୀକୁ ବେଶ ଖୁସିର ସହ ପାଳନ ସରିଥିବା ବେଳେ ରାଲିରେ ଆସିଥିବା ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଆଜି ସୋରରେ ରାମ ନବମୀ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକେ ଏଥିରେ ଭାଗ ନେଇଥିଲେ ।
ରାଲିରେ ବାହାନଗା ବ୍ଳକ ଚିତ୍ତଳ ଗ୍ରାମର ସନ୍ତୋଷ କୁମାର ସାହୁ ଅପରାହ୍ଣରେ କୋର୍ଟ ଛକ ନିକଟରେ ଛିଡା ହୋଇଥିବା ବେଳେ ପାଞ୍ଚ ଜଣ ଯୁବକ ଦୁଇଟି ବାଇକ ଓ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ସନ୍ତୋଷଙ୍କ ହାତ ମୁଣ୍ଡ ଓ ପିଠିରେ ଗୁରୁତର ଆଘାତ ସୃଷ୍ଟି ହୋଇଥିଲା ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଆକ୍ରମଣ ହେଲା ତାହା ସ୍ପଷ୍ଟ ହୋଇନାହିଁ ।