ଭୁବନେଶ୍ବର : ମିଞ୍ଜି ମିଞ୍ଜି ଅନ୍ଧାର ମିଶା ଆଲୋକରେ ଜାତୀୟ ରାଜପଥ ଦେଇ ଯାଅ ଆସ କରୁଥାଆନ୍ତି ଲୋକେ । ସମସ୍ତେ ନିଜ ନିଜ ଠିକଣାସ୍ଥଳରେ ପହଞ୍ଚିବା ପାଇଁ ବ୍ୟସ୍ତ ଥାଆନ୍ତି । ଆଉ ଏହି ବ୍ୟସ୍ତତା ଭିତରେ ଅନେକ ସମୟରେ ଦେଖିବାକୁ ମିଳିଥାଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଭିତରୁ ଆଜିର ସଡ଼କ ଦୁର୍ଘଟଣା ବେଶ୍ ଗୁରୁତ୍ବ ବହନ କରେ । କଟକ ପୁରୀ ବାୟ ପାସ ରାସ୍ତାରେ ଗାଈ ଯୁବକ ଦୁର୍ଘଟଣା l ଦୁଇ ଜଣ ଯୁବକ ଗୁରୁତର ଗୋଟିଏ ଗାଈର ମଧ୍ୟ ସଙ୍ଗିନ ଅବସ୍ଥା l ଆଉ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ଥିଲା ଗାଈଟି ଗୁରୁତର ଥିଲେ ବି ରାସ୍ତାରେ ପଡ଼ି ରହିଥିଲା l କଟକ ପୁରୀ ବାଇପାସ କେଶୁରା ଛକ ନିକଟ ଦୁର୍ଘଟଣା ସ୍ଥଳରେ ଗାଈଟିଏ ପଡିଛି କେତେ ଜଣ ଯୁବକ ଗାଈ ପାଖରେ ଜଗି ରହିଛନ୍ତି l ଅଳ୍ପ ଦୂରରେ ଦେଖିବାକୁ ମିଳିଥିଲା ଦୁଇ ଜଣ ଯୁବକଙ୍କୁ ଅନେକ ଲୋକ ଘେରି ରହିଛନ୍ତି l ପିସିଆର ଭ୍ୟାନ ଅପେକ୍ଷା କରି ରହିଛି ଆହତ ଯୁବକଙ୍କୁ ନେବା ପାଇଁ l
ଦେଖିଲେ ଲାଗୁଥିଲା ପ୍ରକୃତରେ ଭାରି ବଡ଼ ଧରଣର ସଡ଼କ ଦୁର୍ଘଟଣାଟିଏ ଘଟିଛି l ଦିନ ହୋଇଥିଲେ ଲୋକଙ୍କର ଅଧିକା ଭିଡ଼ ଦେଖିବାକୁ ମିଳିଥାଆନ୍ତା l କିନ୍ତୁ ଏତେ ରାତିରେ କିଏ ବା ଆସିବ l କେଵଳ କିଛି ଯୁବକ ଓ ଲୋକ ମାନେ ମହିଳା ମାନେ ରହିଥିଲେ । ଯେହେତୁ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ ତେଣୁ ଦୁର୍ଘଟଣାଟିକୁ ଦେଖିକି ଅଳ୍ପ ସମୟ ରହି ସହଯୋଗ କରୁଥିଲେ l ଏହି ଜାତୀୟ ରାଜପଥ ମାନଙ୍କରେ ବାସ୍ତବିକ ଏହି ଭଳି ଦୁର୍ଘଟଣା କୁହନ୍ତୁ କିମ୍ବା ଏହାଠାରୁ ଆହୁରି ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥାଏ l ଯାହାକି ଅନେକ ସମୟରେ କିଛି ଖବର ସାମ୍ନାକୁ ଆସିଥାଏ ଆଉ କିଛି ଖବର ଲୋକଙ୍କ ପାଖରେ ପହଞ୍ଚି ପାରେ ନାହିଁ l ଏହି ସଡ଼କ ଦୁର୍ଘଟଣାର କାରଣ କିଛି ଏମିତି ବୋଲି ଯାହା ଲୋକ ମାନେ ସୂଚନା ଦେଇଛନ୍ତି ।
ଦୃଶ୍ୟରେ ଦେଖା ଯାଉଥିବା ଦୁଇ ଜଣ ଯୁବକ ସ୍କୁଟିରେ ମଧ୍ୟରାତିରେ ନିଜର ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ l କଟକ ପୁରୀ ବାଇପାସ ରାସ୍ତାର ପୁରୀ ରାସ୍ତାରୁ କଟକ ରାସ୍ତା ପାର୍ଶ୍ୱ ଦେଇ ଫେରୁଥିଲେ l କେଶୁରା ଛକ ପୂର୍ବରୁ ରାସ୍ତା ଅତିକ୍ରମ କରୁଥିଲା ଗାଈଟି । ସେହି ରାସ୍ତା ଦେଇ ସ୍କୁଟିରେ ଫେରୁଥିବା ୨ ଜଣ ଯୁବକ ଗାଈକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଗାଈଟି ପଡ଼ି ଛଟପଟ ହେଉଥିଲା । ଆଉ ଯୁବକ ଦୁଇଜଣ ମଧ୍ୟ ଅଳ୍ପ ଦୂରରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଯୁବକ ୨ ଜଣଙ୍କୁ ପୋଲିସ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ l କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗାଈଟି ଦେଖା ଗଲା ନାହିଁ କାହିଁକି ନା ଗାଈ ଟି ପଶୁ ହୋଇଥିବା ବେଳେ ତା କଷ୍ଟ ଜଣାଇ ପାରୁନଥିଲା । ତଥାପି କିଛି ଯୁବକ ଅଣ୍ଟା ଭିଡ଼ି ଗାଈଟିକୁ ରାସ୍ତା କଡ଼କୁ ନେଇ ସେବା କରିଥିଲେ । ଆଉ ଗାଈଟି ଆଶ୍ବସ୍ତ ହୋଇଥିଲା । ପରେ ଆନିମଲ ହେଲ୍ପଲାଇନ୍ କୁ ଖବର ଦେଇଥିଲେ । ଯୁବକ ମାନେ ଗାଈର ଚିକିତ୍ସା ପାଇଁ ସେହି ଗାଡ଼ିରେ ପଠାଇଥିଲେ ।
ତେବେ ଜାତୀୟ ରାଜପଥରେ ଅନେକ ସମୟରେ ଯାନବାହାନ ଦ୍ରୁତଗତିରେ ଚଳାଇ ଥାନ୍ତି l ଗାଈ ଗୋରୁ ମାନଙ୍କର ମାଲିକ ମାନେ ଚିନ୍ତା କରିବା କଥା ସେମାନଙ୍କର ଗାଈ ଗୋରୁ ଏତେ ଏତେ ମୂଲ୍ୟ ଟଙ୍କାର l ଯଦି ଦୁର୍ଘଟଣାରେ ମରିଯିବେ କି କିଛି ତାଙ୍କ ସହ ଘଟିବ ସେଥିପାଇଁ କେତେ କ୍ଷତି ସହିବାକୁ ପଡିବ l ଦ୍ୱିତୀୟ କଥା ହେଉଛି ରାସ୍ତାରେ ଗାଡ଼ିରେ ଯାଉଥିବା ଯାତ୍ରୀମାନେ ଯଦି ସେହି ଗାଈ ସହିତ ଧକ୍କା ହୋଇ ଜୀବନ ଚାଲିଯାଏ କିମ୍ବା ଗୁରୁତର ହୁଅନ୍ତି ପରିବାର ପାଇଁ କେତେ ବଡ଼ ଦୁଃଖର କଥା l ଏଥିପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି । ଏଥିପାଇଁ ଦାୟୀ ରହିବେ କିଏ ? ଅନ୍ୟପକ୍ଷରେ କହିବାକୁ ଗଲେ ଗାଈ ବେକରେ ଯଦି ଗୋଟିଏ ରିଫ୍ଲେକଟର ରୁହନ୍ତା ଦୂରରୁ ଗାଡ଼ି ଚାଳକ ଦେଖି ସତର୍କ ହୋଇଯାଆନ୍ତେ ଆଉ ଦୁର୍ଘଟଣା ଘଟନ୍ତା ନାହିଁ l କିନ୍ତୁ ଏସବୁ ସତର୍କତା ଅବଲମ୍ବନ ନକରୁଥିବାରୁ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଦାୟୀ l