ରାଉରକେଲାରେ ପୁଣି ଫୁଟିଲା ଗୁଳି, ଯୁବକ ଆହତ

ରାଉରକେଲା : ରାଉରକେଲାରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତି କାର ଚଳାଇ ଯାଉଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଆହତ ବ୍ୟକ୍ତିଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ବିଜୟ ଲକ୍ରା । ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ କରି ଫେରାର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।