ଲୁଟ୍ ଉଦ୍ଦେଶ୍ୟ: ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ

ତାଳଚେର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ ।  ୪ ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବାଘୁଆବୋଲ ଅଞ୍ଚଳର ପରେଶ କୁମାର ଜେନା ଘରୋଇ ଟ୍ରାନ୍ସପୋର୍ଟରୁ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ବାଘୁଆବୋଲ ପୀଠ ଠାରେ ଦୃର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ପ୍ରଥମେ ଅଟକାଇଥିଲେ ।

ଦୁର୍ବୃତ୍ତ ମାନେ ପରେଶଙ୍କୁ ପିଛା କରିବାରୁ ସେ ଭୟଭୀତ ହୋଇ ଗାଡିରୁ ପଡ଼ିଯାଇଥିଲେ ।  ସେ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚେଷ୍ଟା କରିଥିଲେ ।  ପରେଶ ଚିତ୍କାର କରିବାରୁ ଦୃର୍ବୃତ୍ତ ମାନେ ସ୍ଥାନ ଛାଡି ପଳାଇଥିଲେ  ।  ପରେ ପରେଶ୍ ଏନେଇ ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ। ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

You might also like