ଅଜଣା ବ୍ୟକ୍ତିଙ୍କ ଗୁଳି ମାଡ଼ରେ ଯୁବକ ଆହତ, ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ

ଭଂଜନଗର (କେନ୍ୟୁଜ); ଅଜଣା ବ୍ୟକ୍ତିଙ୍କ ଗୁଳି ମାଡ଼ରେ ଜଣେ ଯୁବକ ଆହତ । ଗାଁ ନିକଟ ପୋଖରୀକୁ ଯାଇଥିବା ବେଳେ ଯୁବକକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗାଁ ନିକଟର ଘଟିଛି ଏଭଳି ଘଟଣା । ଆହତ ଯୁବକ ଜଣଙ୍କ ହେଲେ ନିଲୁ ବିଷୋୟୀ । ନିଲୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଂଜନଗର ଏବଂ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଗୁଳି ମାରିଛି ? ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ ତାହା ଅସ୍ପଷ୍ଟ ରହିଛି ।

ସୂଚନା ନୁସରେ ଆହତ ନିଲୁଙ୍କ ଘର ନିକଟସ୍ଥ କୁଶପଲ୍ଲୀ ଗ୍ରାମରେ ହୋଇଥିବା ବେଳେ ସେ ନୂଆଁପଲ୍ଲୀ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ । ତେବେ ସେ ଗାଁ ନିକଟ ପୋଖରୀକୁ ଯାଇଥିବା ବେଳେ ତାଙ୍କ ପେଟକୁ ଗୁଳିମାଡ଼ ହୋଇଛି । ଏହି ଘଟଣାରେ କିଏ ଓ କାହିଁକି ଗୁଳି ମାରିଛି , ନା’ ଏହାର ଅନ୍ୟକିଛି କାରଣ ରହିଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.