ରାଉରକେଲାରେ ଅଘଟଣ : ମାରାଥନ ଚାଲିଥିବାବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ
ରାଉରକେଲା: ସକାଳୁ ସକାଳୁ ରାଉରକେଲାରେ ଫୁଟିଲା ଗୁଳି । ୟୁଥ୍ ହଷ୍ଟେଲର ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ନାମ ସଲିଲ ସାହୁ । ସେ ଜଣେ ରେଲୱେ କର୍ମଚାରୀ । ଗୁଳିଟି ପିଠିରେ ବାଜି ବାହାରି ଯାଇଛି । ଗୁରୁତର ଅବସ୍ଥାରେ ସଲିଲଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଫାୟରିଙ୍ଗ ବେଳେ ଗୁଳିଟି ଯୁବକଙ୍କ ପିଠିରେ ବାଜିଛି। ତେବେ କିଏ ଏବଂ କାହିଁକି ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼ କରିଛି ତାହା ଆସ୍ପଷ୍ଟ ରହିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଗୁଳିମାଡ଼ ପରେ ଯୁବକ ଜଣକ ଟଳିପଡିଥିଲେ ଏବଂ ଗୁଳିମାଡ଼ ଶବ୍ଦରେ ସମସ୍ତେ ଭୟଭୀତ ହୋଇପଡିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି ।