କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଦୀର୍ଘ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର(କେନ୍ଯୁଜ୍): କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକ ପୋଲ ଉପରେ ଗାଡି ରଖି ପାଣି ଭିତରକୁ ଡେଇଁ ପଡିଥିଲେ। ଯୁବକ ଜଣଙ୍କ ନାଁ ତପନ କୁମାର। ତାଙ୍କ ଘର ଭୁବନେଶ୍ୱର ଖାରବେଳନଗରରେ।

ଗତକାଲି ସଂନ୍ଧ୍ୟାରେ ତପନ ଘରୁ ବାହାରି ଆସି କାଠଯୋଡିକୁ ଡେଇଁ ପଡିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଦୀର୍ଘ ଘଣ୍ଟା ପରେ ତାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଯୁବକ ଜଣକ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ପରିବାର ଲୋକେ କହିଛନ୍ତି।