୪ ଜଣଙ୍କୁ ଅପହରଣ କରି ୨ କୋଟି ଟଙ୍କା ମୁଣ୍ଡ ଜାମିନ ଘଟଣା ; ହେପାଜତରୁ ଅଭିଯୁକ୍ତ ଚମ୍ପଟ, ଏଏସଆଇ ନିଲମ୍ବିତ

ଗଞ୍ଜାମ: ସେ ଦିନ ଥିଲା ଜାନୁୟାରୀ ୨୬ ତାରିଖ । ସକାଳୁ ଗଞ୍ଜାମ ଜିଲ୍ଲା ଚିକିଟି ଗଡ଼ରେ ଥିବା ତହସିଲ କାର୍ଯ୍ୟାଳୟ ନିକଟକୁ ଜଣେ ଯୁବକ ଯାଇ ତହସିଲ କର୍ମଚାରୀ ଙ୍କୁ ଦୌଡ଼ି ଯାଇ କହିଥିଲା ଏଇ ନିକଟରେ ଗୋଟିଏ ସ୍ଥାନରେ ଆମ ଚାରି ଜଣ ବ୍ୟକ୍ତି ଙ୍କୁ କିଛି ଯୁବକ ଅଟକ ରଖି ମାଡ଼ ମାରିବା ସହ ସାପ ଦେଖାଇ ଭୟଭୀତ କରୁଛନ୍ତି…ଏହାପରେ ସଙ୍ଗେ ସଙ୍ଗେ କେ, ନୂଆଗାଁ ଥାନା ପୋଲିସ କୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ବନ୍ଦୀ ଥିବା ଆଉ ତିନି ଜଣ ଏବଂ ପୂର୍ବରୁ ଖସି ଆସିଥିବା ଜଣେ ଏହି ଚାରି ଜଣଙ୍କୁ ଉଦ୍ଧାର କରିଥିଲା l ତେବେ ଘଟଣା ସ୍ଥଳକୁ ଯାଇ ଯାହା ପୋଲିସ ଦେଖିଥିଲା ତାଜୁବ ହୋଇଯାଇଥିଲା l ଘଟଣା ସ୍ଥଳରେ କୁଇଣ୍ଟାଲ ପରିମାଣରେ ଗଞ୍ଜେଇ ଗଛ l ଘଟଣା ରହସ୍ୟ ବଢିଲା ଯେଉଁ ମାନେ ଚାରି ଜଣଙ୍କୁ ବନ୍ଦୀ କରିଥିଲେ ଅଭିଯୁକ୍ତ ମାନେ ଫେରାର ହୋଇଗଲେ l ଏହି ଘଟଣା ସେତେବେଳେ ସାରା ରାଜ୍ୟ ରେ ଚହଳ ପଡିଯାଇଥିଲା l

ରବୀନ୍ଦ୍ର କୁମାର କିଏ l ନୂଆଦିଲ୍ଲୀରୁ କଟକ, ଭୁବନେଶ୍ୱର l ଭୁବନେଶ୍ୱରରୁ ଚିକିଟି କିପରି ଘଟିଥିଲା ଘଟଣା l ନୂଆଦିଲ୍ଲୀର ଏକ କମ୍ପାନୀ ରେ କାମ କରନ୍ତି ରବୀନ୍ଦ୍ର କୁମାର l ବିଭିନ୍ନ ପ୍ରୋଜେକ୍ଟ ପାଇଁ ଋଣ ପ୍ରଦାନ କରିବା କାମ l ଘଟଣା କ୍ରମରେ ବ୍ରହ୍ମପୁର ଏବଂ ଚିକିଟିର ଯୁବକଙ୍କ ସହିତ ପରିଚୟ ହୁଏ କଟକ ଏବଂ ଭୁବନେଶ୍ୱରର କିଛି ବ୍ୟବସାୟୀଙ୍କ ଜରିଆରେ l ରବୀନ୍ଦ୍ର କୁମାର ଆସନ୍ତି ଏହି ପ୍ରକଳ୍ପ ଦେଖିବା ପାଇଁ ସାହାଯ୍ୟ ନିଅନ୍ତି ମଧ୍ୟସ୍ଥିଙ୍କର l ଜାନୁୟାରୀ ୨୩ ତାରିଖ ରେ ଆସିବା ପରେ ହଠାତ ଗତି ବଦଳି ଯାଇଥିଲା ଚାରି ଜଣଙ୍କୁ ବ୍ରହ୍ମପୁର ଠାରୁ ଚିକିଟି ଗଡ଼ ଏକ ନିକଞ୍ଚନ ସ୍ଥାନକୁ ଅଣାଯାଇଥିଲା l ଏହାପରେ ତିନି ଦିନ କେରାଣ୍ଡି ମାଳ ପାହାଡ଼ ର ବିଭିନ୍ନ ସ୍ଥାନ ବୁଲାଇବା ସହ ମାଡ଼ ମାରି ଦୁଇ କୋଟି ଟଙ୍କା ଦାବି କରିଥିଲେ l କେବଳ ହଠାତ ଟଙ୍କା ପାଇଯିବା ଆଶାରେ ଚାରି ଜଣଙ୍କୁ ମାଡ଼ ମାରିବା ସହ ସାପ ଦେଖାଇ ଭୟଭୀତ କରିବା ସହ ବନ୍ଧୁକ ଦେଖାଇଥିଲେ l

ଚାରି ଅପହରଣକାରୀଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା ଏବଂ ସେମାନଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଅପରାଧୀ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ବ୍ରହ୍ମପୁର ଏସ ପି l କେ, ନୂଆଗାଁ ଥାନା ଆଇ ଆଇ ସି ଏବଂ ପୋଲିସ ଟିମ ଏହି ଘଟଣା ର ତଦନ୍ତ ପ୍ରକ୍ରିୟା କୁ ଆଗେଇ ନେଇ ଛାନ ଭିନ କରିଥିଲେ l ଏହାପରେ ଜଣେ ଜଣେ ଏହିପରି ଦଶ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି l ଅପହରଣ କାରୀଙ୍କ ଚାରି ମୋବାଇଲ ଉଦ୍ଧାର ହେବା ସହ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇ ହଜାର ଟଙ୍କା, ୧୧ଗୋଟି ମୋବାଇଲ, ତିନି ଗୋଟି ଚାରି ଚକିଆ ଗାଡି ଜବତ କରିବାରେ ସକ୍ଷମ ହୋଇଛି ପୋଲିସ l

ତେବେ ଆଜି ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ରାଜେଶ କୁମାର ଗୈାଡ ଓରଫ ରାଜା ପୋଲିସ ହେପାଜତରୁ ଫେରାର ହୋଇଯାଇଛି । ଏହି ଘଟଣାରେ କେ.ନୂଆଗାଁ ଥାନା ଏଏସଆଇ ବିଘ୍ନରାଜ ଦାସ ନିଲମ୍ବିତ ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ରାଜା ଚମ୍ପଟ ମାରିଥିଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି । ଫେରାର ଅଭିଯୁକ୍ତ ରାଜାକୁ ପୋଲିସ ନୟାଗଡ଼ରୁ ଗିରଫ କରିଥିବା ବେଳେ ଏକ କାରକୁ ଜବତ କରିବା ପାଇଁ ପୋଲିସ ରାଜାକୁ ନେଇଥିଲା ଭଞ୍ଜନଗର । ଭଞ୍ଜନଗରରେ କୌଶଳକ୍ରମେ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲା ରାଜା । ଏନେଇ ସୂଚନା ଦେଲେ ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ବାଇଁ ।

Also read:ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣା, ଆଜି ହେବ ମୁଖ୍ୟ ଅଭିଯୁକ୍ତଙ୍କ ବୟାନ ରେକର୍ଡ