କୋଣାର୍କରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ

ଗୋପ : କୋଣାର୍କରେ ଚାଞ୍ଚଲ୍ୟ । ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ କରିନେଲେ । କୋଣାର୍କ ଥାନା ଅଧିନ ବନାଖଣ୍ଡି ଛକରେ ଥିବା ତେଲଟାଙ୍କି ନିକଟରୁ ଅପହରଣ । ଅପହୃତ ହୋଇଥିବା ଯୁବକ ଜଣକ ହେଲେ ଜୟ ଚକ୍ରବର୍ତ୍ତୀ । ଅନ୍ୟ ଏକ କାରରେ ୨ଜଣ ଯୁବକ ବାହାରି ଜୟଙ୍କୁ ଜବରଦସ୍ତି ଉଠାଇ ନେଇଛନ୍ତି । ଦ୍ରୁତି ଗତିରେ କାର ଚଳାଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । ଚକ୍ରବର୍ତ୍ତୀ ସାଙ୍ଗମାନଙ୍କ ସହ କାରରେ କୋଣାର୍କ ବୁଲି ସାରି ସନ୍ଧ୍ୟାରେ ଭୁବନେଶ୍ବର ଫେରୁଥିବାବେଳେ ଅପହରଣ କରାଯାଇଛି। ସାଙ୍ଗମାନେ ତୁରନ୍ତ ଏନେଇ କୋଣାର୍କ ଥାନାରେ ଏତଲା ଦେଇଥିଲେ ।

କୋଣାର୍କ ପୋଲିସ ଓ ପୁରୀ ଅତିରିକ୍ତ ଏସ୍ ପି ସଚିନ ପଟେଲଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସିସିଟିଭି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ ବ୍ଲକିଂ କରି ଗୋଟିଗୋଟି ଗାଡ଼ି ଯାଞ୍ଚ କରୁଛନ୍ତି । ଟଙ୍କା କାରବାରକୁ ନେଇ ଅପହରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ କାବୁ କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

 

ଆହୁରି ପଢନ୍ତୁ : ବିରଳ ବଜ୍ରକାପ୍ତା ଉଦ୍ଧାର, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଗଲା