ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କଟକ-ପାରାଦୀପ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ

ପାରାଦୀପ :  ପାରାଦୀପ ନିକଟସ୍ଥ ତାରେଣୀଗଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ବାଇକ ଆରୋହୀଙ୍କ ଉପରେ ଚଢିଗଲା ବସ । ଦୁର୍ଘଟଣାରେ ବାଇକ ଆରୋହୀ ମୃତ ।  ମୃତକ ଜଣଙ୍କ ହେଲେ ପାରାଦୀପ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାମ କରୁଥିଲେ । ତେବେ ମୃତକ ଜଣଙ୍କ ମୟୁରଭଂଜ ଜିଲ୍ଲାର ଅଜିତ ହେମ୍ୱ୍ରମ ବୋଲି ଜଣାପଡିଛି ।

ଏନେଇ ଘଟଣା ସ୍ଥଳରେ କଟକ-ପାରାଦୀପ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ।  ସୂଚନା ମୁତାବକ ଆଜି ଦିନ ୧ ଟା ସମୟରେ ଅଜିତ ହେମ୍ୱ୍ରମ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ କମ୍ପାନୀର ଏକ ଘରୋଇ ବସ ଅଜିତଙ୍କ ଉପରେ ଚଢିଯାଇଥିଲା  ।

ଫଳରେ ଘଟଣା ସ୍ଥଳରେ ଅଜିତଙ୍କ ଜୀବନ ଚାଲିଯାଇଥିଲା ।  ତେବେ କ୍ଷତି ପୂରଣ ଦାବୀରେ ଉତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନ,ବାହନ ଗୁଡିକ ଅଟକି ରହିଛି । ଘଟଣା ସ୍ଥଳରେ ପାରାଦୀପ ଆଦର୍ଶଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Also read: ଘାଟିକିଆ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଘରୋଇ ବିଶ୍ୱବିଦ୍ୟାଳୟ ବସ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ