ଜଙ୍ଗଲରେ ଛେଳି ଚଳାଇବାକୁ ଯାଇ ହାତୀ ଆକ୍ରମଣରେ ଯୁବକ ମୃତ
ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ୍ ଅନ୍ତର୍ଗତ ପୁରୁଣାପାଣି ସଂରକ୍ଷଣ ଜଙ୍ଗଲରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଛେଳି ଚରାଉ ଥିବା ସମୟରେ ହାତୀ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ମୃତ ବ୍ୟକ୍ତି ହେଲେ ପୁରୁଣାପାଣି ଗ୍ରାମର ସମରା ମୁଣ୍ଡା ।
ସେ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲକୁ ଛେଳି ଚଳାଇବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ପାଦରେ ଦଳି ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି ।
ଅନ୍ୟପକ୍ଷରେ ପାଟଣା ରେଞ୍ଜରେ ଏବେ ୨୭ ଟିକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ସେଥିରୁ ୪ ଟି ହାତୀ ଅଲଗା ହୋଇ ପୁରୁଣାପାଣି ଜଙ୍ଗଲରେ ରହୁଥିବା ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳରେ ହାତୀ ପଲ ବୁଲୁଥିବା ବେଳେ ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।