ଗାଧୋଉଥିବା ବେଳେ ଘଟିଲା ଅଘଟଣ, ଜଳପ୍ରପାତରେ ବୁଡ଼ିଗଲେ ଯୁବକ

କେନ୍ୟୁଜ (ବ୍ୟୁରୋ) :  ଜଳପ୍ରପାତରେ ବୁଡ଼ିଗଲେ ଯୁବକ l ଗାଧୋଉଥିବା ବେଳେ ଘଟିଲା ଅଘଟଣ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସାଙ୍ଗ ହୋଇ ଗାଧୋଉଥିଲେ। ହେଲେ ହଠାତ ଜଳପ୍ରପାତ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଅଘଟଣ ଘଟିଛି କେନ୍ଦୁଝରଜିଲ୍ଲା ଓ ଅନୁଗୁଳ ଜିଲ୍ଲା ସୀମାନ୍ତ ନଗୀରା ଗର୍ଜନ ଖୋଲ ଜଳପ୍ରପାତରେ ।

ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ ଜଣ ଓ ଗୋପପୁର ଗାଁର ଜଣେ ସାଙ୍ଗ ନଗୀରା ଗର୍ଜନ ଖୋଲ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଏହି ସମୟରେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ସେଠାରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଗତକାଲି ବାଂଶପାଳର ଦମକଳ ବାହିନୀ ସେଠାରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ମୃତ ଦେହ ମିଳିନି । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରିଛି ।