ଗଭୀର ପାଣିରେ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ

ଖୋର୍ଦ୍ଧା : ଗଭୀର ପାଣିରେ ଯୁବକ ନିଖୋଜ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ ସାଙ୍ଗମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଛି ଅଘଟଣ । ଆଜି କେଇ ଜଣ ଯୁବକ ସାଙ୍ଗ ହୋଇ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଦୁଇ ଜଣ ଯୁବକ ଗଭୀର ପାଣିରେ ଖସି ଯାଇଥିଲେ । ସାଙ୍ଗରେ ଯାଇଥିବା ଅନ୍ୟ ଯୁବକମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଅନ୍ୟ ଜଣକୁ ଉଦ୍ଧାର କରି ପାରିନଥିଲେ । ପାଣିରେ ବୁଡ଼ିଥିବା ଯୁବକକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ଦେବା ପରେ ସେଠାରେ ଅଗ୍ନିଶମ ବିଭାଗ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ନିଖୋଜ ଯୁବକର ପରିଚୟ ମିଳିପାରିନାହିଁ ।