ଯାଜପୁର : ଟ୍ରକ୍‌ ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଯାଜପୁର (କେ ନ୍ୟୁଜ୍‌): ଯାଜପୁର ଜିଲ୍ଲା ଜେନାପୁର ଥାନା ତଳଗଡ଼ ପଥୁରିଆ ସାହିରେ ଘଟିଛି ଏକ ଅଘଟଣ। ଯୁବକଙ୍କୁ ଟ୍ରକ ଚଢାଇ ହତ୍ୟା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଦୀପ କୁମାର ମଳିକ (୪୨)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ଘଟିବା ପରେ ପ୍ରଦୀପଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।