ଲୁଚି ଛପି ପ୍ରେମ କରି ବିବାହ କଲେ, ଓଏଏସ୍ ପାଇବା ପରେ ଠକି ଦେଲେ, ଥାନାରେ ଏତଲା

ଜଗତସିଂହପୁର : ଓଏଏସ୍ ପାଇବା ପୂର୍ବରୁ ପ୍ରେମ କଲେ । ଲୁଚି ଛପି ବିବାହ କରିବା ସହ ଶାରୀରିକ ସମ୍ପର୍କ ରଖିଲେ । ହେଲେ ଓଏଏସ୍ ପାଇବା ପରେ ଠକି ଦେଲେ । ଏବେ ଯୁବତୀଙ୍କୁ ଗ୍ରହଣ କରୁନାହାନ୍ତି ଓଏଏସ ପ୍ରେମିକ ଏବଂ ତାଙ୍କର ପରିବାର ଲୋକେ । ଜଗତସିଂହପୁର ଜିଲା ସଦର ଥାନା ମାର୍କଣ୍ଡପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଅଭିଯୁକ୍ତ ଓଏଏସ ହେଲେ ଜଗତସିଂହପୁର ମାର୍କଣ୍ଡପୁର ଅଂଚଳର ଆଲବର୍ଟ ହାସଦାଁ । ଦୁଇମାସ ତଳେ ନୂଆକରି ଓଏଏସ ପାଇବା ପରେ ଏବେ ମୟୂରଭଞ୍ଜ ରେ ତାଲିମ ନେଉଛନ୍ତି । ପୀଡିତା ଜଣକ କେନ୍ଦୁଝର ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ପୀଡିତା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଛନ୍ତି । କିନ୍ତୁ ପୋଲିସ ତଦନ୍ତ ଆଗକୁ ନେଉନଥିବାର ଅଭିଯୋଗ କରିଛନ୍ତି ପୀଡିତା। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିବା ସହ ପୁଅ ନାଁ ରେ ମିଛ କହୁଥିବା କହିଛନ୍ତି ଅଭିଯୁକ୍ତଙ୍କ ବାପା ।