ବାଇକକୁ ଧକ୍କା ଦେଲା ବସ, ଯୁବକ ଗୁରୁତର ଆହତ
![keonjhar accident](https://knewsodisha.com/wp-content/uploads/2021/02/keonjhar-accident.jpg)
କେନ୍ଦୁଝର(କେ ନ୍ୟୁଜ): ବସ ଧକ୍କାରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ କପାସପଡା ଗ୍ରାମ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରୁ ଏକ ବସ କରଞ୍ଜିଆରୁ ଘଟଗାଁ ଅଭିମୁଖେ ଆସୁଥିବା ବେଳେ କପାସପଡା ନିକଟରେ ବସଟି ଏକ ବାଇକକୁ ଧକ୍କା
ଦେଇଥିଲା । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ସହାୟତାରେ ଯୁବକଙ୍କୁ ଚିକିତ୍ସା ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଯୁବକ ଜଣଙ୍କ ଢେଙ୍କିକୋଟ ଦଳେଇ ସାହିର ରଞ୍ଜନ ନାଏକ ବୋଲି ଜଣାପଡିଛି।