ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି ମାଡ: ଦେଶୀ ବନ୍ଧୁକ ଜବତ କଲା ପୋଲିସ

ନୟାଗଡ଼(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି ମାଡ । ମୃତ ଦେହ ସହ ଘଟଣା ସ୍ଥଲରୁ ଦେଶୀ ହାତ ତିଆରି ବନ୍ଧୁକ ଜବତ କଲା ଗଣିଆ ପୋଲିସ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ରାସଂଗ ଗ୍ରାମର ରଜତ ରାଉତ ତାଙ୍କ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ, ରାସଂଗ୍ ପଞ୍ଚାୟତ ଗୋଛାବାରି ଗ୍ରାମର ତାରିଣୀ ବେହେରା ଓ ସାଗର ବେହେରାଙ୍କ ସହ ମୁଣ୍ଡିଆରେ ତାଙ୍କର ବଚସା ହୋଇଥିଲା। ସ୍ଥାନୀୟ ଲୋକ ଦାଶରଥି ମହାନ୍ତି ସେମାନଙ୍କୁ ଛଡେଇଥିଲେ।

କିନ୍ତୁ କିଛି ସମୟ ପରେ ରଜତଙ୍କ ମରଶରୀର ସେହି ସ୍ଥାନରୁ ମିଳିଥିଲା। ଦେଶୀ ବନ୍ଧୁକ ସହ ରଜତଙ୍କ ମୃତ ଦେହ ବଚସା ହେଉଥିବା ସ୍ଥାନରେ ପଡ଼ିଥିଲା । ଗଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ନ ସାରିଥିବାରୁ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଥିଲା । ଏପଟେ ଏହି ଘଟଣାରେ ସାଗର ବେହେରାକୁ ଗିରଫ କରିଛି ପୋଲିସ । ତାରିଣୀ ବେହେରା ଏପର୍ଯ୍ୟନ୍ତ ଫେରାର ଅଛି ।

 

 

Leave A Reply

Your email address will not be published.