ମୟୁରଭଞ୍ଜ : ସାପ ସହ କାଟିଲେ ରାତି । ଗୋଟିଏ ସର୍ଯ୍ୟାରେ ରାତି ସାରା ଶୋଇଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ରତାପୁର ଗାଁର ଡହିସାହିରେ । ଏଭଳି ଆଚାର୍ଯ୍ୟକର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏକ ନାଗ ସାପ ସହିତ ମଶାରୀ ଭିତରେ ଶୋଇଲେ ଜଣେ ମଣିଷ ।
ରାତି ସାରା ଶୋଇବାରେ ସକାଳୁ ଉଠିଲା ବେଳକୁ ବିଛଣାରେ ସାପ ଦେଖି ଭୟଭୀତ ହୋଇଯାଇଥିଲେ । ବିଛଣାରୁ ବାହାରି ଆସିଥିଲେ ଯୁବକ । ତୁରନ୍ତ ସ୍ନେକ ହେଲ୍ପଲାଇନ ଖବର ଦିଆଯାଇଥିଲା । ଏହାପରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଆଯାଇଛି । ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
Also read: ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ, ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟିଥିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା