ରାଜ୍ୟ

ଛୁରା ମାଡରେ ଯୁବକଙ୍କ ମୃତ୍ୟୁ

କେନ୍ୟୁଜ୍‌(ବ୍ୟୁରୋ) : ସମ୍ବଲପୁରରେ ସ୍ପଷ୍ଟ ଦିବା ଲୋକରେ ଘଟିଯାଇଛି ଏକ ହତ୍ୟା କାଣ୍ଡ । ଜଣେ ଦୁର୍ବୃତ୍ତର ଛୁରା ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବରେଇପାଲି ଥାନା ରେମେଡ ଛକ ନିକଟରେ ଜଣେ ଦୋକାନୀ ଉପରେ ହୋଇଛି ଛୁରାମାଡ । ଦୋକାନୀଙ୍କ ନାମ ସନ୍ତୋଷ ବେହେରା । ଦୁର୍ବୃତ୍ତ ଛୁରାମାଡ କରି ଫେରାର ହୋଇଯାଇଛି । ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ସନ୍ତୋଷଙ୍କର ରେମେଡ ଛକରେ ଏକ ପାନ ଦୋକାନ ରହିଛି । ସବୁଦିନ ପରି ସନ୍ତୋଷ ଆଜି ମଧ୍ୟ ତାଙ୍କ ଦୋକାନରେ ବସିଥିଲେ । ହେଲେ ଦୀକ୍ଷିତ ସାହୁ ନାମରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ବିନା ପଚରା ଉଚରାରେ ସନ୍ତୋଷଙ୍କୁ ଛୁରାମାଡ କରିଥିଲା । ସନ୍ତୋଷ ନମାରିବାକୁ ଯେତେ ନେହୁରା ହୋଇଥିଲେ ମଧ୍ୟ ଦୁବୃତ୍ତ ଜଣକ କିଛି ଶୁଣି ନଥିଲା ।

ସନ୍ତୋଷଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲା । ଲୋକେ ସନ୍ତୋଷଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ତଦନ୍ତ ଜାରି ରହିଛି । ହତ୍ୟାର କାରଣ ଜଣାପଡିନାହିଁ ।

Niharanjan

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

17 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

58 mins ago