ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର(କେନ୍ଯୁଜ୍): ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ। ଗୁରୁତର ଅବସ୍ଥାରେ ଯୁବକ ଜଣକୁ ପ୍ରଥମେ MKCG ମେଡିକାଲ କଲେଜ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଘଟିଛି ଅଭାବନୀୟ ଘଟଣା। କାଳିଆ ସାମନ୍ତରା ନାମକ ଯୁବକ କୌଣସି ଅଭିଯୋଗ ନେଇ ଗୋଳନ୍ଥରା ଥାନାକୁ ଯାଇଥିଲେ।

ସେଠାରୁ ଫେରି ଥାନା ଆଗରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ନିଜ ଉପରେ କିରୋସିନି ଢାଳିବା ପରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କଲେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ବ୍ରହ୍ମପୁର ଏସ୍‌ପି ଘଟଣାର ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.