ଚିତ୍ରୋତ୍ପଳା ନଦୀରେ ପହଁରିବା ସାଜିଲା କାଳ,ଚାଲିଗଲା ଯୁବକଙ୍କ ପ୍ରାଣ

ନଦୀରେ ପହଁରା ପଡିଲା ମହଙ୍ଗା । ଚାଲିଗଲା ଛାତ୍ରଙ୍କ ଜୀବନ । ଘଟଣା ଟି ଘଟିଛିପାଟକୁରା ଥାନା ଗରଦପୁର ବ୍ଲକ ଜଗନ୍ନାଥ ପୁରରେ ଘଟିଛି ଅଘଟଣ । ନିଖୋଜ ଯୁବକ ହେଲେ ୧୮ ବର୍ଷୀୟ କୌଶିକ ସାମନ୍ତରାୟ। କୈାଶିକ ସାଙ୍ଗ ମାନଙ୍କ ସହ ଚିତ୍ରୋତ୍ପଳା ନଦୀରେ ଗାଧେିବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ନଦୀରେ ପହଁରି ଗୋଟିଏ ପାଖରୁ ଆଉ ପାଶ୍ୱକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । କୈାଶିକ ପାଣିରେ ବୁଡି ଯାଇଛନ୍ତି ।

ସେ ନିଖୋଜ ଅଛନ୍ତି ।ବାହିନୀ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏଁ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।କାହିକିଁ ସେ ବୁଡିଗଲେ ତାଙ୍କସହ କଣ ହେଲା ଏସମ୍ପର୍କରେ କିଛି ସୂଟନା ମିଳି ପାରିନାହିଁ । ବାରମ୍ବାର ପାଣିରେ ବୁଡି ଜୀବନ ଯାଉଥିବା କାରଣରୁ ପାଣି ପାଖକୁ ନ ଯିବା ପାଇଁ ବାରଣ କରାଯାଉଛି । ପ୍ରତିବର୍ଷ ଏଭଳି ପାଣିରେ ବୁଡି ବହୁ ମୂଲ୍ୟବାନ ଜୀବନ ଅକାଳରେ ଝଡି ଯାଉଛି । ଏଥିପ୍ରତି ସମସ୍ତେ ସଚେତନ ହେବା ଜରୁରୀ ।