ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ଉଦ୍ୟମ, ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ

ଟିଟିଲାଗଡ : ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ମୋବାଇଲ ଟାୱାର ଖୁଣ୍ଟକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କଂଶର ଗାଁରେ ଦେଖିବାକୁ ମିଳିଥିଲା ଏପରି ହାଇଡ୍ରାମା । ଗାଁର କୁଞ୍ଜବିହାରୀ ରଣା ଆଜି ପ୍ରାୟ ଦିନ ୧୧ ଟା ବେଳକୁ ନିକଟରେ ଥିବା ଏକ ମୋବାଇଲ ଟାୱାରେ ଚଢି ହାଇଡ୍ରାମା କରିଥିଲେ । ଖବର ପାଇ ସଇଁତଳା ପୋଲିସ ଓ ଅଗ୍ନିଶମ ବିଭାଗ ଯୁବକକୁ ତଳକୁ ଆଣିବା ପାଇଁ ଚେଷ୍ଟା କରିଥଲେ । ଦୀର୍ଘ ସମୟ ଧରି ନାକେଦମ କରିବା ପରେ କୁଞ୍ଜବିହାରୀଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ବର୍ତ୍ତମାନ ଯୁବକଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।