ଖେଳଣା ବନ୍ଧୁକ ଦେଖାଇ ଡରାଉଥିଲେ, ଖୁଣ୍ଟରେ ବନ୍ଧା ହୋଇ ସାବାଡ୍ ହେଲେ
ବ୍ରହ୍ମପୁର: ଆଜିକାଲି ଯୁବକପିଢିଙ୍କ କଥା ନକହିବା ଭଲ । ବାପା ମାଆ ପଛେ କେତେ କଷ୍ଟ କରି ପିଲାକୁ କେମିତି ମଣିଷ କରିବେ ସେଥିରେ ଦିନ ରାତି ଲାଗିଛନ୍ତି ହେଲେ ପିଲାମାନେ ଏପଟେ ଦାଦାଗିରି କରି କେମିତି ଲୋକମାନଙ୍କ ଭିତରେ ଗୁଣ୍ଡାରାଜ୍ କରି ନିଜର ଦବଦବା ରଖିବେ ସେଥିରେ ବ୍ୟସ୍ତ । ଯାହାକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି ।
କିଛି ଯୁବକଙ୍କୁ ମିଳିଛି ବିଚ୍ ରାସ୍ତାରେ ଶାସ୍ତି । ଘଟଣା କଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଗଞ୍ଜାମ ଜିଲ୍ଲା ଥାନା କମଳା ପୁର ଗାଁରେ ବିଦ୍ୟୁତ ଖୁଣ୍ଟରେ ଯୁବକମାନଙ୍କୁ ବାନ୍ଧିବା ଘଟଣା ଏବେ ସବୁଠି ଚର୍ଚ୍ଚାରେ । ଗତ ୩୧ ତାରିଖ ରାତି । ସବୁଠି ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଥାଏ ଉତ୍ସବ । ଏହାରି ଭିତରେ କଇଠଡା ପଂଚାୟତ କଲ୍ୟାଣପୁର ଗାଁର ଜଣେ ଯୁବକଙ୍କ ସହିତ ନିକଟସ୍ଥ ଜକର ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ଏହା ପରେ ରାତିରେ ଗୋଟିଏ ଗୋଷ୍ଠିର ଯୁବକମାନେ ନିକଟସ୍ଥ କମଳାପୁର ଗ୍ରାମ ନିକଟରେ ଥିବା ଏକ ମନ୍ଦିର ଆଡକୁ ଯାଉଥିବା ବେଳେ, କମଳାପୁର ଗାଁର ଜଣେ ବ୍ୟକ୍ତିଙ୍କ ଟର୍ଚ୍ଚ ଆଲୁଅ ଯୁବକଙ୍କ ଉପରେ ପଡିଥିଲା । ଯାହାକୁ ନେଇ ଆରମ୍ଭ ହେଲା ଝଗଡା । ହଠାତ୍ ଯୁବକ ମାନଙ୍କ ଭିତରୁ ଜଣେ ପିସ୍ତଲ ବାହାର କରିଥିଲା । ଏତିକିବେଳେ ପାଟି ତୁଣ୍ଡ ଶୁଣି ଘଟଣାସ୍ଥଳରେ ଗ୍ରାମବାସୀ ମାନେ ପହଞ୍ଚିଯାଇଥିଲେ । ଏଭଳି ଘଟଣା ଦେଖି ଉକ୍ତ ଚାରି ଜଣ ଯୁବକଙ୍କୁ କାବୁ କରିବା ସହ ଏକ ଖୁଣ୍ଟ ରେ ବାନ୍ଧି ପକାଇଥିଲେ ।
ଏନେଇ ଖବର ପାଇ ସରପଞ୍ଚ ପ୍ରତିନିଧି ପହଞ୍ଚି ବୁଝାସୁଝା କରିଥିଲେ ଏବଂ ଯୁବକ ମାନଙ୍କୁ ଗ୍ରାମବାସୀଙ୍କ କବଳରୁ ମୁକୁଳାଇଥିଲେ । ଏପଟେ ଖବର ଥାନାରେ ବି ପହଁଚିଥିଲା । ତେବେ ସବୁଠାରୁ କୌତୁହଳପୂର୍ଣ୍ଣ କଣା ହେଲା ଯୁବକମାନେ ଧରିଥିବା ବନ୍ଧୁକକୁ ଦେଖିବା ପରେ ତାହା ଖେଳଣା ବନ୍ଧୁକ ବୋଲି ଜଣାପଡିଥିଲା । ଖେଳଣା ବନ୍ଧୁକ ଦେଖାଇ ଏମିତି ଭୟବିତ କରୁଥିଲେ ଯୁବକମାନେ । ଯାହା ଜଣାପଡିବାପରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି ।
ଅନ୍ୟପଟେ ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ପୋଲିସ୍ କହିଛି । ତେବେ ଯୁବକମାନଙ୍କୁ ଖାଲି ଦେହରେ ହାଡଭଙ୍ଗା ଖୁଣ୍ଟରେ ବନ୍ଧା ହୋଇଥିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖେଳନା ବନ୍ଧୁକ ଦେଖାଇ ଅତି ଚାଲାକିର ସହ ଏମାନେ ଦାଦାଗିରି କରି ଡରାଉଥିଲେ । କିନ୍ତୁ କଣ ହେବ ସବୁ ପ୍ଲାନ୍ ଫସର ଫାଟିଗଲା । ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି ।