ମୁଣ୍ଡଳୀ ବ୍ରିଜ ବ୍ୟାରେଜରେ ଖାକି ପୋଷାକ ପିନ୍ଧା ଯୁବକଙ୍କ ହାଇଡ୍ରାମା, ୩ ଘଣ୍ଟା କସରତ ପରେ ଉଦ୍ଧାର

କଟକ : ମୁଣ୍ଡଳୀ ବ୍ରିଜ ବ୍ୟାରେଜରେ ଖାକି ପୋଷାକ ପିନ୍ଧା ଯୁବକଙ୍କ ହାଇଡ୍ରାମା । ୩ ଘଣ୍ଟା ଧରି କସରତ ପରେ ଉଦ୍ଧାର କଲା ପୋଲିସ । ଆଜି ସକାଳୁ ମୁଣ୍ଡଳୀ ବ୍ରିଜରେ ଦେଖିବାକୁ ମିଳିଥିଲା ଯୁବକଙ୍କ ହାଇଡ୍ରାମା । କେତେବେଳେ ବ୍ରିଜ ଉପରେ ବ୍ୟାୟାମ କରୁଥିଲେ ତ ଆଉ କେତେବେଳେ ଗୋଟିଏ କଣରେ ଶୋଇ ରହୁଥିଲେ । ତାଙ୍କର ଏପରି ଆଚରଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ଚିନ୍ତାରେ ପକାଇଥିଲା । ଲୋକମାନେ ବୁଝାସୁଝା କରିଥିଲେ ବି ସେ ଶୁଣିନଥିଲେ । କାଳେ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିବେ ତାଙ୍କୁ ଉଦ୍ଧାର କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ।

ପୋଲିସ ଓ ବାରଙ୍ଗ ଦମକଳ କେନ୍ଦ୍ରକୁ ଖବର ଦିଆଯାଇ ଥିଲା । ଅଗ୍ନିଶମ ବାହିନୀ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ସ୍ଲୁଇସ୍ ଗେଟ ଉପରୁ ଯୁବକଙ୍କୁ ତଳକୁ ଓହ୍ଲାଇ ବୋଟ ଯୋଗେ ନଦୀ କୂଳକୁ ଆଣିଥିଲେ ଅଗ୍ନିଶମ କର୍ମଚାରୀ । ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।  ଯୁବକଙ୍କୁ ଅଧିକ ପଚରା ଉଚରା କରୁଛି ଗୋଡ଼ିସାହି ଫାଣ୍ଡି ପୋଲିସ । ତାଙ୍କ ଠିକଣା ପଚାରିବା ସହ କେଉଁ ଉଦ୍ଦେଶ୍ୟରେ ସେ ବ୍ରିଜ୍ ତଳକୁ ଯାଇଥିଲେ ଖୋଳତାଡ଼ କରୁଛି ପୋଲିସ ।

 

ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି: ଜଣେ ମୃତ, ୬ ଗୁରୁତର