ଜଗତସିଂହପୁର: ଏସପି କାର୍ଯ୍ୟାଳୟ ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ଯମ, ଥାନାକୁ ଉଠାଇ ଆଣିଲା ପୋଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ମିଥ୍ୟା କେସରେ ଛନ୍ଦି ହୋଇ ଆତ୍ମହୂତି ଦେବା ପାଇଁ ଆସିଥିବା ଯୁବକ ପୋଲିସ ଦ୍ୱାରା ଅଟକ । ବିରିଡି ଥାନାକୁ ନ୍ୟାୟ ପାଇବା ଆଶାରେ ଯାଇଥିବା ପ୍ରମୋଦ ଜେନା ନ୍ୟାୟ ନପାଇ ଅଯଥା ବିଭିନ୍ନ ମିଥ୍ୟା କେସରେ ଛନ୍ଦି ହୋଇଯାଇଥିଲେ । ବିରିଡି ଥାନାରେ ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ଜଗତସିଂହପୁର ଏସପି, ଓଡିଶା ପୋଲିସ ଡିଜି ଙ୍କୁ ଅଭିଯୋଗ ଜଣାଇବା ପରେ ବି କୌଣସି ସୁଫଳ ପାଇନଥିଲେ ।

ଯାହାଫଳରେ ମାଣତିରି ଗ୍ରାମର ପ୍ରମୋଦ କୁମାର ଜେନା ଆଜି ଏସପି କାର୍ଯ୍ୟାଳୟ ଆଗରେ ଆତ୍ମହୁତି ଦେବେ ବୋଲି ରାସ୍ତାରେ ଆସୁଥିବା ବେଳେ ଜଗତସିଂହପୁର ପୋଲିସ ତରିକୁନ୍ଦ ପାଖରୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ଖାଲି ସେତିକି ନୁହେଁ ତାଙ୍କ ସାଙ୍ଗରେ ଆସୁଥିବା ଦୁଇ ସହଯୋଗୀକୁ ଅଟକ ରଖିବା ସହିତ, କିରୋସିନ ବୋତଲ ଓ ବିଭିନ୍ନ କାଗଜପତ୍ରକୁ ପୋଲିସ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.