ନିଜ ଶରୀରରେ କରୋନା ପରୀକ୍ଷଣ ପାଇଁ ଟୀକା ନେଲେ ଓଡିଆ ଯୁବକ, ସ୍ବାସ୍ଥ୍ଯବସ୍ଥା ନେଇ ପ୍ରତିଦିନ ଅନଲାଇନରେ ଦେଉଛନ୍ତି ରିପୋର୍ଟ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମାଝିସାହି ଅଞ୍ଚଳର ଅଙ୍କନ ନାୟକ ନିଜ ଦେହରେ ନେଇଛନ୍ତି କରୋନା ପରୀକ୍ଷା ଟୀକା । ସୂଚନା ମୁତାବକ ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବେ କରୋନା ଟୀକା ନେଇ ଗବେଷଣା ଜାରି ରଖିଛନ୍ତି । ଫେଜ୍-୨ ଓ ଫେଜ୍-୩ ଏକାସାଙ୍ଗରେ ଚାଲୁଥିବା ବେଳେ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଟୀକା ପ୍ରସ୍ତୁତ ହୋଇଯିବ ବୋଲି ଆଶା ରହିଛି । ଏନେଇ କରୋନା ପାଇଁ ଗବେଷଣାଧୀନ ଟୀକାର ପରୀକ୍ଷା ପାଇଁ ନିଜ ଦେହରେ ଟୀକା ନେଇଛନ୍ତି ଅଙ୍କନ ।

ଅଙ୍କନଙ୍କ କହିବା ଅନୁସାରେ ଅକ୍ସଫୋର୍ଡ ପକ୍ଷରୁ ୧୦ ହଜାର ଟୀକା ପରୀକ୍ଷା ପାଇଁ ୧୦ ହଜାର ସ୍ୱେଚ୍ଛାସେବୀ ଆବଶ୍ୟକ ବୋଲି ସେଠାକାର ସରକାର କହିଥିଲେ । ସୂଚନା ମୁତାବକ ଅଙ୍କନ ୪ ବର୍ଷ ହେବ ଅକ୍ସଫୋର୍ଡରେ ରହୁଛନ୍ତି । ସେ ଏକ ଆଇଟି କମ୍ପାନୀରେ ମଧ୍ଯ କାମ କରୁଛନ୍ତି । ଏନେଇ ସେ ଟୀକା ପରୀକ୍ଷା ପାଇଁ ୧୦ ହଜାର ସ୍ୱେଚ୍ଛାସେବୀ ଆବଶ୍ୟକ ଜାଣିବା ପରେ ସେ ନିଜ ପକ୍ଷରୁ ଆଗ୍ରହ ପ୍ରକାଶ କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ପ୍ରତିଦିନ ଅନଲାଇନରେ ରିପୋର୍ଟ ମଧ୍ଯ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.