ପ୍ରେମିକ ଜୀବନ ହାରିବା ଘଟଣା: ଦୀର୍ଘ ୧୦ ଘଣ୍ଟା ପରେ ପ୍ରେମିକା ଘର ଆଗରୁ ଉଠିଲା ମୃତଦେହ

ଦଶପଲ୍ଲା: ଦୀର୍ଘ ୧୦ ଘଣ୍ଟା ପରେ ଉଠିଲା ମୃତଦେହ । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ସମାଧାନ ପରେ ଶେଷରେ ମୃତଦେହ ଉଠିଥିଲା । ଅପମାନ ସହି ନ ପାରି ଜୀବନ ହାରିଲେ ଯୁବକ ।
ଅଭିଯୋଗ ଅନୁଯାୟୀ, ପ୍ରେମିକା ପରିବାର ଲୋକଙ୍କ ଅକଥନୀୟ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଜୀବନ ହାରିଛି ପ୍ରେମିକ। ଘଟଣା ପରେ ପରିବାର ଲୋକେ ଗତକାଲି ଅପରାହ୍ନ ସମୟରେ ପୁଅର ମୃତଦେହକୁ ପ୍ରେମିକା ଘର ସାମ୍ନାରେ ରଖି ପ୍ରତିବାଦ କରିଥିଲେ । ଦଶପଲ୍ଲା ଅଧୀନ କୁଞ୍ଜବନଗଡ଼ କନ୍ଦିସାହିରେ ଘଟିଛି ଏହି ଘଟଣା । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ସମାଧାନ ପରେ ଶେଷରେ ମୃତଦେହ ଉଠିଥିଲା । ଗାଁର ମନମୋହନ ମହାପାତ୍ରଙ୍କ ପୁଅ ପ୍ରେମ କରି ଧରା ପଡ଼ିବାରୁ ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଅପମାନ ସହି ନପାରି ପିଲାଟି ବିଷ ପିଇ ଜୀବନ ହାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ପହଞ୍ଚି ଆପୋଷ ସମାଧାନ କରାଇବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା ।