ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ

ଭୁବନେଶ୍ବର: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଉପକଣ୍ଠ ବିରିବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜିତୁ ରଞ୍ଜନ ଭୋଇ । ତାଙ୍କୁ ହତ୍ୟା ପରେ ବିଲ ମଝିରେ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ଆଜି ସକାଳୁ ଯୁବକଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏୟାରଫିଲ୍ଡ ଥାନା ଅଧିକାରୀ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। କିନ୍ତୁ ନ୍ୟାୟ ଦାବି କରି ଆମ୍ବୁଲାନ୍ସ ମୃତଦେହ ବାହାର କରୁନାହାନ୍ତି ପରିବାର ।
ଆହୁରି ପଢ଼ନ୍ତୁ : ନକଲି ପୋଲିସ ଇନ୍ସପେକ୍ଟର ଗିରଫ, ହୋମଗାର୍ଡରେ ଚାକିରି କରାଇଦେବା ନାଁରେ ମାଗୁଥିଲେ ଲାଞ୍ଚ